Ads Right Header

Buy template blogger

ଦିନସାରା ଖବର ଟିକିନିଖି ଖବର




♻️➡️ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୮୪୦୧ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୩୧୬୫୮କୁ ବୃଦ୍ଧି ପାଇଛି।

♻️➡️ଜୁନ୍ ୩୦ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ, ନବମ-ଦଶମ ପରୀକ୍ଷାର ମୂଲ୍ୟାଙ୍କନକୁ ଗୁରୁତ୍ୱ ଦିଆଯିବ।

♻️➡️ଗୋଆରେ ଲାଗିଲା ଲକ୍‌ଡାଉନ୍; ସକାଳ ୭ ରୁ ସନ୍ଧ୍ୟା ୭ ଯାଏ ହୋମ୍‌ ଡେଲିଭରିକୁ ଅନୁମତି ଦିଆଯାଇଛି।

♻️➡️ଶିଳ୍ପା ସେଟ୍ଟୀଙ୍କ ଦୁଇ ପିଲାଙ୍କ ସମେତ ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି।

♻️➡️ରାଜଧାନୀରୁ ୧୦୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

♻️➡️ସୋନପୁରରେ ସର୍ବାଧିକ ତାତି, ୪୦ ଡିଗ୍ରୀ ଉପରେ ୩ ସହର ହୋଇଛି।

♻️➡️ଆଜି ବିଶିଷ୍ଟ ସାନ୍ତାଳୀ କବି, ଭାଷା ଗବେଷକ ତଥା 'ଅଲ୍ ଚିକି' ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ।

♻️➡️କରୋନା କଟକଣା ; ରାଜସ୍ଥାନରେ ମେ’ ୧୦ରୁ ୨୪ ସମ୍ପୂର୍ଣ୍ଣ ଲକଡ଼ାଉନ କରାଯାଇଛି।

♻️➡️କୋଭିଡ୍ ଲଢେ଼ଇ ପାଇଁ ସହାୟତାର ହାତ ବଢେ଼ଇଲେ ବିରାଟ ଓ ଅନୁଷ୍କା, ୨ କୋଟି ଦାନ କରିଛନ୍ତି।

♻️➡️କୋରୋନାରେ ଅଣ୍ଡରୱାର୍ଲଡ ଡନ୍‌ ଛୋଟା ରାଜନର ମୃତ୍ୟୁ । ଦିଲ୍ଲୀ AIIMSରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

♻️➡️ଆଜି ରାତି ୧୦.୧୫ରୁ ମେ’ ୮ତାରିଖ ରାତି ୧.୪୫ପର୍ଯ୍ୟନ୍ତ  ଏସବିଆଇର ସମସ୍ତ ଅନଲାଇନ ସେବା ଅଚଳ ହେବ।

♻️➡️ବିନା ଭକ୍ତରେ ଶ୍ରୀମନ୍ଦିର ବାହାରେ  ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ହେବ।

♻️➡️ଆସନ୍ତାକାଲି ଭାରତ-ଇୟୁ ନେତୃବୃନ୍ଦ ବୈଠକ ଅନୁଷ୍ଠିତ ହେବ।

♻️➡️ ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା: ଚାଉଳ କାର୍ଡ ହିତାଧିକାରୀଙ୍କୁ  ୨ ହଜାର ଲେଖାଏ ଟଙ୍କା ମିଳିବ।

♻️➡️ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶେଷ ନାରାୟଣ ସିଂଙ୍କ ପରଲୋକ ହୋଇଛି।

♻️➡️ଆଉ ୪ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ୍‌, ସପ୍ତାହାନ୍ତରେ  ୧୧ ଯୋଡ଼ା‌ ଟ୍ରେନ୍‌ ଗଡ଼ିବନି।

♻️➡️ନଭି ମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର ।

♻️➡️ଖୁବଶୀଘ୍ର ଫେରିବେ ଭାରତରେ ଫସି ରହିଥିବା ଅଷ୍ଟ୍ରେଲୀୟ ନାଗରିକ ।

♻️➡️ବରଗଡ଼ରେ କରୋନା ରୋଗୀଙ୍କ ପାଇଁ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ର ଶୁଭାରମ୍ଭ ହୋଇଛି।

♻️➡️ରାଜ୍ୟରେ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ, ସବୁ ସ୍ୱାସ୍ଥ୍ୟକର୍ମୀ ଓ ନର୍ସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

♻️➡️୯୩ବର୍ଷ ବୟସରେ ଆଖି ବୁଜିଲେ ପ୍ରଖ୍ୟାତ ସଙ୍ଗୀତକାର ବନରାଜ ଭାଟିଆ ।

♻️➡️ଭୁବନେଶ୍ୱରରେ  ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିଛି।

♻️➡️ ଆସନ୍ତା ୧୦ ପର୍ଯ୍ୟନ୍ତ ରାଜ୍ୟରେ  କାଳବୈଶାଖୀ ବର୍ଷା ହେବ, ୧୮ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି।

♻️➡️ ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ କୋଟି ୬୬ ଲକ୍ଷ ୭୭ ହଜାର ୬୨୩କୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୬୯ ହଜାର ୨୨୦ ହୋଇଛି।

♻️➡️ଦେଶରେ ଆଜି ୪ ଲକ୍ଷ ୧୪ ହଜାର ୧୮୮ ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮କୁ ବୃଦ୍ଧି ପାଇଛି।

♻️➡️ ଦେଶରେ ଦିନକରେ ୩ ହଜାର ୯୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩କୁ ବୃଦ୍ଧି ପାଇଛି।

♻️➡️ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର, ରାୟଗଡା-ସମ୍ବଲପୁର-ରାୟଗଡା ସ୍ପେଶାଲ ଟ୍ରେନ ଉଭୟ ପାର୍ଶ୍ୱରୁ ମେ ମାସ ୮, ୯, ୧୫ ଏବଂ ୧୬ ତାରିଖ ଦିନ ବାତିଲ ରହିବ ।

♻️➡️ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସୁଥିଲେ ୧୪ ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି।

♻️➡️ରାଜ୍ୟରେ ଆଉ ୧୯ ଜଣଙ୍କ ଜୀବନ ନେଲା କୋରୋନା, ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।

♻️➡️ ଆସାମରେ ୨.୮ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

♻️➡️କରୋନା ଚେନ୍ ଭାଙ୍ଗିବାକୁ ରାଉରକେଲା ମହାନଗରବାସୀଙ୍କୁ ନିବେଦନ କଲେ କମିଶନର ।

♻️➡️ପୁଡୁଚେରୀ : କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ବାମୀ ଆଜି ଦ୍ବିତୀୟ ଥର ପାଇଁ  ଶପଥ ଗ୍ରହଣ କରିଛନ୍ତି।

♻️➡️ଏସମସ୍ତ ଖବର ବିଭିନ୍ନ ଗଣମାଧ୍ୟମ ରୁ ସଂଗୃହିତ।

Previous article
Next article
This Is The Oldest Page

Leave Comments

Post a Comment

Ads Post 1

Ads Post 2

Ads Post 3

Ads Post 4

DEMOS BUY